Ahe Daya Maya Biswa Bihari (ଆହେ ଦୟାମୟ ବିଶ୍ୱ ବିହାରୀ)
Music
ଆହେ ଦୟାମୟ ବିଶ୍ୱ ବିହାରୀ...
ଘେନ ଦୟା ବହି ମୋର ଗୁହାରି...
ଜଳ ସ୍ଥଳ ବନ ଗିରି ଆକାଶ...
ତୁମ ଳୀଳା ସବୁଠାରେ ପ୍ରକାଶ..
ତୁମେ ଶୁଭ ବୁଦ୍ଧି ପରା ଶିଖାଅ..
ତୁମେ ଭଲ ବାଟ ପରା ଦେଖାଅ
ମୋର କାମ କୁ କରାଅ ସରସ..
ମୋର ମୁଖେ ଦିଅ ଚିର ହରସ..
ତୁମ ଚରଣ ରେ ମୋର ଭକତି ..
ଦିଅ ବିପଦେ ସାହସ ସକତୀ...
କୁଟ କପଟ ସ୍ଵଭାଵ ଯାହାର..
ତାଙ୍କୁ ଦୂରରୁ କରେ ମୁ ଜୁହାର ...
ମତ ନ ମିଶାୟ.. ତାଙ୍କ ସାଥିରେ ..
ସଦା ରଖ.. ସାଧୁ ଜନ କତି ରେ ...
ଦୟା ବିନୟ ହେଉ ମୋ ଭୂଷଣ..
କାହା ମନେ ମୁ ନ ଦିଏ କଷଣ..
ଦୁଃଖୀ ଅରକ୍ଷିତ ସେବା କାରଣେ ..
ବଳ ଦିଅ ମୋ କର ଚରଣେ...
ସତ କହିବାକୁ କିଆଁ ଡରିବି..
ସତ କହିପଛେ ମଲେ ମରିବି..
ମତେ ଏତିକି ଶିଖାଅ ସାଇଁ ହେ ..
ମୋର ଧାନ ଜଣ ଲୋଡ଼ା ନାହିଁ ହେ

